ବ୍ରହ୍ମପୁର ସହରରେ ପୋଲିସ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ ଜୋରଦାର କରୁଛି । ଅନେକ ଜୁଆଡି ଗିରଫ ମଧ୍ୟ ହେଉଛନ୍ତି । ଆଜି ମଧ୍ୟ ବ୍ରହ୍ମପୁର ପୋଲିସ କିଛି ଜୁଆ ଆଡ୍ଡାରେ ଚଢାଉ କରି ୬୮ଜଣଙ୍କୁ ଗିରଫ କରିଛି । ବ୍ରହ୍ମପୁର ସହରରେ ଅନେକ ଦିନ ଧରି ଜୁଆ ଆଡ୍ଡା ସକ୍ରିୟ ରହୁଥିବା ଖବର ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇ ଅନେକ ଜୁଆଡିଙ୍କୁ ଗିରଫ କରାଯାଇଥିଲା । ଆଜି ମଧ୍ୟ ଟାଉନ ଥାନା ପୋଲିସ ୭ଟି ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ଏହି ଚଢାଉ ବେଳେ ୬୮ଜଣଙ୍କୁ ଗିରଫ କରାଯିବା ସହ ନଗଦ ୨ଲକ୍ଷ ୪୫ହଜାର ୨୩୦ ଟଙ୍କା ଜବତ ହୋଇଛି । ଏହାସହ ୨୫ଟି ମୋବାଇଲ ମଧ୍ୟ ଜବତ ହୋଇଛି । ସେହିପରି ରାୟଗଡା ଗୁଣୁପୁରରେ ମଧ୍ୟ ଜୁଆ ଆଡ୍ଡାରେ ଚଢାଉ କରାଯାଇ ୧୨ ଜଣଙ୍କୁ ଗିରଫ କରାଯିବା ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି ।