ପର୍ଯ୍ୟଟକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜଣେ ଫଟୋଗ୍ରାଫର । ନିଜ ଜୀବନକୁ ବାଜିରେ ଲଗାଇ ସମୁଦ୍ରରେ ବୁଡ଼ି ଯାଉଥିବା ଲୋକକୁ ପାଣିରୁ ଉଦ୍ଧାର କରିଛନ୍ତି । ଜଣେ ମହିଳା ପର୍ଯ୍ୟଟକ ଆନ୍ଧପ୍ରଦେଶ କାକିନାଡ଼ାରୁ ପୁରୀ ବୁଲିବାକୁ ଆସିଛନ୍ତି । ଆଜି ସକାଳେ କୋଣାର୍କ ଚନ୍ଦ୍ରଭାଗାରେ ଗାଧୋଉଥିଲେ । ଏହି ସମୟରେ ସେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଫଟୋଗ୍ରାଫର ତୁରନ୍ତ ପାଣିକୁ ଡେଇଁ ପଡ଼ିଥିଲେ । ସେ ମହିଳାଙ୍କୁ ପାଣିରୁ ଉଦ୍ଧାର କରି କୋଣାର୍କ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଜନୈକା ମହିଳାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି ।