ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଏକ କାର୍କୁ ଆଳୁ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଡ୍ରାଇଭର ଓ ଅନ୍ୟମାନେ ଗୋଟିଏ ପରିବାର ସଦସ୍ୟ ରହିଛନ୍ତି। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଆଜି ଭୋର୍ ପ୍ରାୟ ୪ଟାବେଳେ ଭଦ୍ରକ ୧୬ନଂ ଜାତୀୟ ରାଜପଥରେ ଏକ ଆଳୁ ବୋଝେଇ ଟ୍ରକ୍ କାର୍କୁ ଧକ୍କା ଦେଇଥିଲା। ଫଳରେ ପାଞ୍ଚ ଜଣ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଭଣ୍ଡାରିପୋଖରୀ ପୋଲିସ ସଂପୃକ୍ତ ଟ୍ରକ୍କୁ ଜବତ କରି ତଦନ୍ତ କରୁଛି।