ସମୀକ୍ଷା ବ୍ୟୁରୋ
କାର୍ଯ୍ୟରେ ଅବହେଳା ଯୋଗୁଁ ସୁନ୍ଦର ସିଡିଏମ୍ଓଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲ ନିଲମ୍ବିତ । ‘ମୋ ସରକାର’ କାର୍ଯ୍ୟକାରିତାରେ ଅବହେଳା ଅଭିଯୋଗ ହୋଇଛି । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଯୋଗୁଁ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ କାରଣ ଦର୍ଶାଆ ନୋଟିସ୍ ଜାରି କରିଛନ୍ତି । ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀଠାରୁ ରାଜ୍ୟ ସରକାର ୫ଟିକୁ ଭିତ୍ତିକରି ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଫୋକ୍ସ୍ରେ ରହିଛି ରହିଛି ଥାନା ଓ ଡାକ୍ତରଖାନା । ନିକଟରେ କ୍ୟାପିଟାଲ୍ ହସ୍ପିଟାଲ୍ ରାସ୍ତାରେ ପ୍ରସବକୁ ନେଇ ‘ମୋ ସରକାର’ ଯୋଜନାକୁ ନେଇ ପ୍ରଶ୍ନବାଚୀ ଉଠିଥିବାବେଳେ । ଏହି କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ସୁନ୍ଦରଗଡ଼ ଭାରପ୍ରାପ୍ତ ଅଧିକାରୀ ସିଡିଏମ୍ଓଙ୍କୁ ନିଲମ୍ବିତ କରିଛନ୍ତି ।