ରାଜଧାନୀ ଭୁବନେଶ୍ୱର ଭିଏସଏସ ନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଭୁବନେଶ୍ୱରସ୍ଥିତ ଭିଏସଏସ ନଗରର ଏକ ଘରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଆଜି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ପରେ ସେଠାକୁ ଯାଇ ସ୍ଥାନୀୟ ଲୋକେ ସେହି ଘର ଭିତରେ ଜଣେ ଯୁବକଙ୍କ ମୃତଦେହ ଦେଖିଥିଲେ। ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ସୁନାଖଳାର ଅବକାଶ ପାଇକରାୟ। ଭୁବନେଶ୍ୱରରେ ଥିବା ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ ଚାକିରି କରୁଥିଲେ ଅବକାଶ।