ଭାରତୀୟ ଜନତା ପାର୍ଟି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିଜର ସଂକଳ୍ପ ପତ୍ର ଜାରି କରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା, ହରିୟାଣା ପ୍ରଭାରୀ ଅନୀଲ ଜୈନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଦି ଉପସ୍ଥିତ ଥିଲେ। ୩୨ ପୃଷ୍ଠାର ଏହି ଇସ୍ତାହାରକୁ ‘ଆମ ସ୍ବପ୍ନର ହରିୟାଣା’ ବୋଲି ନାମ ଦେଇଛି। ଏଥିରେ କୃଷକ, ଗରିବ, ଯୁବକ ଓ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ନାଗରିକ ସୁବିଧାକୁ ବୃଦ୍ଧି କରିବା ଉପରେ ଫୋକସ ରଖାଯାଇଛି। ପୂର୍ବରୁ ଅକ୍ଟୋବର ୧୧ରେ କଂଗ୍ରେସ ହରିୟାଣା ପାଇଁ ଘୋଷଣାପତ୍ର ଜାରି କରିଥିଲା। ଆସନ୍ତା ଅକ୍ଟୋବର ୨୧ ତାରିଖରେ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।