୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ଡାକ୍ତରଖାନା ବୁଲିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିବା ସହିତ ୫ଟି ସଚିବଙ୍କ ଟିମ୍ ରାଉରକେଲା ସରକାରୀ ହସ୍ପିଟାଲ୍ ମଧ୍ୟ ଗସ୍ତ କରିଥିଲେ। ଏହି ଟିମ୍ ବହୁ ସମୟ ଧରି ସେଠାରେ ରହିଥିଲେ ଓ ସ୍ଥିତି ସମୀକ୍ଷା କରିଥିଲେ। ରାଉରକେଲା ସରକାରୀ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହିତ ‘ମୋ ସରକାର’ର କାର୍ଯ୍ୟକାରିତା ଯାଞ୍ଚ ସହ ମତ ମଧ୍ୟ ନେଇଛନ୍ତି ୫ଟି ସଚିବ।