ଜୁଇରୁ ଜୀଇଁଲେ ବ୍ୟକ୍ତି। ଗଂଜାମ ଜିଲ୍ଲା ସୋରଡା ଅଂଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜୁଇରେ ଶୋଇଥିବା ଜଣେ ବ୍ୟକ୍ତି ଉଠି ଆସିଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ସୂଚନାନୁସାରେ, ସୋରଡା ବ୍ଲକ ହରିପୁର ଗ୍ରାମର ସୀମାଂଚଳ ନାୟକ ନାମକ ଜଣେ ବ୍ୟକ୍ତି ଗତକାଲିଠାରୁ ନିଖୋଜ ଥିଲେ। ଛେଳି ଚରାଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ଆଜି ପରିବାର ଲୋକେ ସେ ବିଲରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାସହ ସୀମାଂଚଳ ମୃତ୍ୟୁବରଣ କରିଥିବା ସେମାନେ ଭାବି ନେଇଥିଲେ। ଏହାପରେ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କରିଥିଲେ। ରୀତିନୀତିରେ ସାମାଂଚଳକୁ ଜୁଇରେ ରଖି ପୋଡୁଥିବା ସମୟରେ ଚକିତ କଲାଭଳି ଘଟଣା ଘଟିଥିଲା। ହଠାତ ସାମାଞ୍ଚଳ ଜୁଇରୁ ଉଠିଥିଲେ। ଏହା ପରେ ତାଙ୍କୁ ପରିବାର ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ସୀମାଂଚଳ ସୁସ୍ଥ ଥିବା ଜଣାପଡିଛି।