ନେଦରଲାଣ୍ଡର ରାଜା ୱିଲିୟମ-ଆଲେକଜେଣ୍ଡର ଏବଂ ରାଣୀ ମୌକ୍ସିମା ପାଞ୍ଚଦିନିଆ ଭାରତ ଗସ୍ତ କରୁଛନ୍ତି। ରବିବାର ଦିନ ଏହି ଗ୍ରସ୍ତ ଆରମ୍ଭ କରିବେ ନେଦରଲାଣ୍ଡ ରାଜ ଦମ୍ପତି। ୧୪ ଅକ୍ଟୋବରରୁ ୧୮ ଅକ୍ଟୋବରର ଏହି ଗସ୍ତ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ଏବଂ ରାଜନୈତିକ ସହଯୋଗ ଉପରେ ଭାରତର ଶୀର୍ଷ ନେତୃତ୍ୱଙ୍କ ବୈଠକ କରିବେ। ୨୦୧୩ମସିହାରେ ରାଜ ସିଂହାସନ ସମ୍ଭାଳିବା ପରେ ରାଜା ୱିଲିୟମ-ଆଲେକଜାଣ୍ଡାରଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ନେଦରଲାଣ୍ଡର ରାଜଦମ୍ପତିଙ୍କ ସହ ତାଙ୍କର କ୍ୟାବିନେଟର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଆସିବେ।