ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ। ଚାଲିଛି ଏବେ ନିର୍ବାଚନୀ ପ୍ରଚାର। ଆଜି ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜଲଗାଁବରେ ପ୍ରଚାର କରିଛନ୍ତି ମୋଦୀ। ଦେଶର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ୱାନ କରିଛନ୍ତି। ନିର୍ବାଚନୀ ପ୍ରଚାର ଅବସରରେ ଚଳିତ ଲୋକସଭା ନିର୍ବାଚନ ଫଳାଫଳକୁ ଦୋହରାଇଛନ୍ତି ମୋଦି। ନିର୍ବାଚନରେ ଯେଉଁ ଜନାଦେଶ ଆସିଲା ୧୨୦ କୋଟି ଭାରତୀୟଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସମ୍ଭବ କରିବାକୁ ଏକ ପ୍ରୟାସ। ଆଜି ସାରା ଦୁନିଆ ନୂଆ ଭାରତର ଉତ୍ସାହ ଦେଖୁଛି। ସେ ଉଦ୍ବୋଧନ ଦେବା ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିନସେନା ମିଳିତଭାବେ ଏନ୍ସିପି ଓ କଂଗ୍ରେସ ସହିତ ଲଢ଼ୁଛନ୍ତି। କଂଗ୍ରେସ ତରଫରୁ ଆଜି ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ରାହୁଲ୍ ଗାନ୍ଧି।