ଟିମ୍ ଇଣ୍ଡିଆ ପୁଣେ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ୍ ଓ ୧୩୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ ଓ ୧୩୭ ରନରେ ହରାଇଛନ୍ତି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଠ ଟେଷ୍ଟ ସିରିଜକୁ ୨-୦ରେ ହାତେଇନେଇଛି। ପ୍ରଥମ ଇନିଂସରେ ଭାରତର ୬୦୧ ରନ ଜବାବରେ ଦକ୍ଷିଣ ଆଫ୍ରିକା ୩ୟ ଦିବସ ଶେଷ ସୁଦ୍ଧା ୨୭୫ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହା ପରେ ଭାରତ ଭ୍ରମଣକାରୀ ଦଳକୁ ଫଲୋଅନ୍ ଦେଇଥିଲା। ଫଳରେ ୪ର୍ଥ ଦିନରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭ କରିଥିଲା। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ମାତ୍ର ୧୮୯ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ଉମେଶ ଯାଦବ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ଦୁଇଟି ଓ୍ବିକେଟ୍ ନେଇଛନ୍ତି । ସେହିପରି ମହମ୍ମଦ ଶାମି ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଏ ୱିକେଟ୍ ପାଇଛନ୍ତି।