ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନଗର ଗତିବିଧି ବଢିବାରେ ଲାଗିଛି । ଦେଶର ୫ଟି ରାଜ୍ୟରେ ଜମାତ୍ ଉଲ୍ ମୁଜାହିଦ୍ଦିନ୍ ବାଂଲାଦେଶ(ଜେଏମ୍ବି) ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଷ୍ଟ୍ରୀୟ ଯାଞ୍ଚ୍ ଏଜେନ୍ସି(ଏନ୍ଆଇଏ) ପକ୍ଷରୁ କୁହାଯାଇଛି। ଏନ୍ଆଇଏ ଡିଜି ଯୋଗୋଶ ଚନ୍ଦର ମୋଦି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆସାମ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକ ଏହି ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସଂଗଠନର ୧୨୫ ଜଣ ସନ୍ଦିଗ୍ଧ ସଦସ୍ୟଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ଡିଜି ବଡ଼ ସୂଚନା ଦେଇ କହିଛନ୍ତି ଯେ, ଦେଶରେ ୩ଟି ରାଜ୍ୟରେ ବାଂଲାଦେଶୀ ଆତଙ୍କୀଙ୍କ ଗତିବିଧି ବଢିଛି। ଓଡ଼ିଶା ଆସାମ ଏବଂ ଝାଡଖଣ୍ଡରେ ଏହି ଆତଙ୍କବାଦୀଙ୍କ ଗତିବିଧି ବଢିଛି ବୋଲି ଡିଜି କହିଛନ୍ତି ।