ଭାରପ୍ରାପ୍ତ ସିଡିଏମ୍ଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବିଧାୟିକା କୁସୁମ ଟେଟ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ । ସେହିପରି ସରକାରୀ ଡାକ୍ତରଖାନାରେ ଖାଲି ଥିବା ଡାକ୍ତରୀ ପଦବୀ ପୂରଣ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଗତକାଲି ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିଲେ । ଏହାକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୬ ଘଣ୍ଟିଆ ବିରୋଧ ପାଳନ କରୁଛି ବିଜେପି ।