ଅର୍ଥନୀତିରେ ୩ ଜଣ ପାଇବେ ନୋବେଲ୍ ପୁରସ୍କାର । ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ ପାଇବେ ନୋବେଲ୍ ପୁରସ୍କାର । ଭାରତରେ ଜନ୍ମିତ ଆମେରିକୀୟ ଅର୍ଥନୀତିଜ୍ଞ ହେଉଛନ୍ତି ଅଭିଜିତ୍ । ୧୯୬୧ ମସିହା ଫେବୃଆରୀ ୨୧ରେ କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ ଅଭିଜିତ୍ । ଜବାହରଲାଲ୍ ୟୁନିଭରସିିଟିରେ ଶିକ୍ଷା ଗ୍ରହଣ କରିଥିଲେ ଅଭିଜିତ୍ । ଅଭିଜିତ୍ଙ୍କ ସହ ତାଙ୍କ ପତ୍ନୀ ଏସ୍ତର ଡୁପ୍ଲାଓ ଓ ମାଇକେଲ୍ କ୍ରେମର ମଧ୍ୟ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇବେ । ଅଭିଜିତ୍ ବିଶ୍ବସ୍ତରରେ ଦାରିଦ୍ର୍ୟ ଦୂରୀକରଣ ପାଇଁ କାର୍ଯ୍ୟ କରିଥିବାରୁ ତାଙ୍କୁ ନେବାେଲ୍ ସମ୍ମାନରେ ସମ୍ମାନିତ କରାଯାଉଛି ।