ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ପ୍ରସବ କଲେ ମହିଳା । ଅବସ୍ଥା ଗୁରୁତର କହି କଟକ ରେଫର୍ କରିଥିଲେ ଡାକ୍ତର । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ବାହାରେ ପ୍ରସବ କଲେ ମହିଳା | ପ୍ରସବ ବେଳେ କେହି ଡାକ୍ତର କିମ୍ବା ନର୍ସ ଆସି ନଥିବା ଅଭିଯୋଗ ହୋଇଛି । ମହିଳାଜଣଙ୍କ ଶାଶୁ ସ୍ଥାନୀୟ ମହିଳାଙ୍କ ସାହାଯ୍ୟରେ ପ୍ରସୂତିଙ୍କୁ ପ୍ରସବ କରାଇଥିଲେ । ମହିଳା ଜଣକ ଯମଜ କନ୍ୟା ସନ୍ତାନ ଜନ୍ମ କରିଛନ୍ତି । ମହିଳା ଜଣକ ତିହିଡି ବ୍ଲକ୍ ତଳଡୁମୁକା ଗାଁର ବୋଲି ଜଣାପଡିଛି ।