ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହେବା ପାଇଁ ନାମାଙ୍କନ ଭରିଛନ୍ତି। ଏହି ପଦ ପାଇଁ ସେ ସୋମବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ନାମାଙ୍କନ ପତ୍ର ଦାଖଲ ପାଇଁ ମୁମ୍ବାଇ ସ୍ଥିତ ବିସିସିଆଇ କାର୍ଯ୍ୟାଳୟ ପହଞ୍ଚିଥିଲେ ଏବଂ ପ୍ରାୟ ୨ଟା ୪୫ରେ ଅଫିସରୁ ବାହାରକୁ ଆସିଥିଲେ। ତାଙ୍କ ସହିତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ପୁତ୍ର ଜୟ ଶାହା ଥିଲେ। ଶାହା ସଚିବ ପଦ ପାଇଁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ପରେ ଗାଙ୍ଗୁଲି କହିଛନ୍ତି ଯେ, ବୋର୍ଡରେ ଅନେକ ପ୍ରସଙ୍ଗ ରହିଛି, ଯାହାର ସମାଧାନ କରିବାର ଅଛି।