ଆଜି ଭୁବନେଶ୍ବରର ଏଜି ଛକଠାରେ ‘ରକ୍ଷକ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବିଜୁ ଯୁବ ବାହିନୀ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନଙ୍କୁ ସଚେତନ କରାଇବାକୁ ଦଳ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଭୁବନେଶ୍ଵରର ଏଜି ଛକରେ ରକ୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରାଯାଇଛି। ସଡକ ସୁରକ୍ଷା ତଥା ନୂତନ ମୋଟର ଯାନ ଆଇନ୍କୁ ନେଇ ଲୋକମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି।