Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପିର ଘୋଷଣା ପତ୍ର ଜାରି :  ଏକ କୋଟି ଚାକିରି ଦେବାର ପ୍ରତିଶ୍ରୁତି
ଆଜିର ଖବର

ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପିର ଘୋଷଣା ପତ୍ର ଜାରି :  ଏକ କୋଟି ଚାକିରି ଦେବାର ପ୍ରତିଶ୍ରୁତି

October 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ଘୋଷଣା ପତ୍ର ଜାରି କରିଛି । ଏହାକୁ ସଂକଳ୍ପ ପତ୍ର ନାମ ଦିଆଯାଇଛି । ଏହାକୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ୍‌ଙ୍କ ସମେତ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଏହା ଜାରି କରାଯାଇଥିଲା । ବିଜେପି ଏଥିରେ ନିଜର ୫ ବର୍ଷର ସରକାରରେ ଏକ କୋଟି ଚାକିରି ଦେବ ବୋଲି କହିଛି । ଏଥିରେ ପୂରା ମହାରାଷ୍ଟ୍ରକୁ  ଭାରତ ନେଟ୍‌ ଓ ମହାରାଷ୍ଟ୍ର ନେଟ୍‌ ମାଧ୍ୟମରେ ଇଣ୍ଟରନେଟ୍‌ ସହ ଯୋଡ଼ିବାର ପ୍ରତିଶ୍ରୁତି ମଧ୍ୟ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଓ ମହାତ୍ମା ଫୁଲେ ଜନ ଆରୋଗ୍ୟ ଯୋଜନାରୁ ଯେମିତି କୌଣସି ବଞ୍ଚିତ ନ ରୁହନ୍ତି ଏହାର ସୁନିଶ୍ଚିତ କରିବା ପାଇଁ ମଧ୍ୟ ଏହି ଘୋଷଣାପତ୍ରରେ ପ୍ରତିଶ୍ରୁତି ରହିଛି । ଏଥିସହିତ ଆଗାମୀ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରକୁ ମରୁଡି ମୁକ୍ତ କରିବାର ଘୋଷଣା କରାଯାଇଛି । ବିଭିନ୍ନ ନଦୀର ସଂଯୋଗୀକରଣ ଏବଂ ବର୍ଷା ଓ ବନ୍ୟା ସମୟରେ ସମୁଦ୍ରକୁ ଚାଲିଯାଉଥିବା ପାଣିକୁ ମରୁଡ଼ି ଅଞ୍ଚଳରେ ବିନିଯୋଗ କରିବା ନେଇ ପ୍ରତିଶ୍ରୁତି ଦିଆଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ କୃଷିରେ ବ୍ୟବହୃତ ହେଉଥିବା ବିଜୁଳିକୁ ସୌର ଶକ୍ତି ଦ୍ବାରା କୃଷକଙ୍କୁ ୧୨ ଘଣ୍ଟାରୁ ଅଧିକ ବିଜୁଳି ଯୋଗାଇ ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି ।  ସେହିପରି ସମସ୍ତଙ୍କୁ ଶୁଦ୍ଧ ଜଳ ତଥା ରାଜ୍ୟର ସମସ୍ତ ସଡକର ସ୍ଥାୟୀ ମରାମତି ଉପରେ ପ୍ରାଧାନ୍ୟ ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଛତିଶଗଡରେ ଏନକାଉଣ୍ଟର: ୩ ନକ୍ସଲ ନିହତ

December 18, 2025

ହସ୍ପିଟାଲ ନିକଟରେ ପୋଲିସ ଦ୍ଵାରା ଚାଲାଣ କଟାକୁ ଆମ ଆଦମୀ ପାର୍ଟିର ଦୃଢ଼ ବିରୋଧ

December 18, 2025

କାଶୀ ତାମିଲ ସଙ୍ଗମର ଚତୁର୍ଥ ପର୍ଯ୍ୟାୟ ସମାପ୍ତ: ପ୍ରଥମ ଥର ପାଇଁ କାଶୀରୁ ତାମିଲନାଡୁ ଯାଉଛନ୍ତି ଛାତ୍ରଛାତ୍ରୀ

December 18, 2025

ଆଜି ବୁଲା କୁକୁର ସମ୍ପର୍କିତ ଏକ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

December 18, 2025
Latest News

ପ୍ରତିବର୍ଷ ଭାରତ ଛାଡୁଛନ୍ତି 2 ଲକ୍ଷ ଲୋକ: କେନ୍ଦ୍ର ସରକାର

December 18, 2025

ଛତିଶଗଡରେ ଏନକାଉଣ୍ଟର: ୩ ନକ୍ସଲ ନିହତ

December 18, 2025

ହସ୍ପିଟାଲ ନିକଟରେ ପୋଲିସ ଦ୍ଵାରା ଚାଲାଣ କଟାକୁ ଆମ ଆଦମୀ ପାର୍ଟିର ଦୃଢ଼ ବିରୋଧ

December 18, 2025

କାଶୀ ତାମିଲ ସଙ୍ଗମର ଚତୁର୍ଥ ପର୍ଯ୍ୟାୟ ସମାପ୍ତ: ପ୍ରଥମ ଥର ପାଇଁ କାଶୀରୁ ତାମିଲନାଡୁ ଯାଉଛନ୍ତି ଛାତ୍ରଛାତ୍ରୀ

December 18, 2025

ଆଜି ବୁଲା କୁକୁର ସମ୍ପର୍କିତ ଏକ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.