ସମୀକ୍ଷା ବ୍ୟୁରୋ
ଭିଡିଓ କନ୍ପରେନ୍ସିଂ ଜରିଆରେ ନୟାଗଡକୁ ରେଳସେବାର ଶୁଭାରମ୍ଭ କଲେ ପୀୟୁଷ ଗୋୟଲ। ରାଜଧାନୀ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପୁରୀ ସାଂସଦ ପିନାକୀ ମିଶ୍ର ଭୁବନେଶ୍ବର ରେଳ ଷ୍ଟେସନରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏହି ଟ୍ରେନ୍ଟି ସନ୍ଧ୍ୟା ୬.୪୦ରୁ ଭୁବନେଶ୍ବରରୁ ବାହାରି ୮.୪୫ରେ ନୟାଗଡରେ ପହଞ୍ଚିବ ଏବଂ ନୟାଗଡରୁ ସକାଳ ୬.୩୦ରେ ବାହାରି ସକାଳ ୯ଟାରେ ଭୁବନେଶ୍ବରରେ ପହଞ୍ଚିବ।