ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍ବାଡି ଅଞ୍ଚଳରୁ ଆଜି ଭୋରରୁ ଅବକାରୀ ବିଭାଗ 1 କିଲୋଗ୍ରାମ ବ୍ରାଉନ୍ ସୁଗର ଜବତ କରିଛି । ଏହାର ଅନ୍ତର୍ଜାତୀୟ ମୂଲ୍ୟ 1 କୋଟି ଟଙ୍କା ହେବ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍ବାଡି ଅଞ୍ଚଳର ସପନ କୁମାର ପ୍ରଧାନ । ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ ଆଜି ଭୋରରୁ ଷ୍ଟେସନ ବଜାରସ୍ଥିତ ମିଲ୍ବାଡି ଅଞ୍ଚଳରେ ରହୁଥିବା ସପନଙ୍କ ଘର ଉପରେ ଚଢଉ କରିଥିଲେ । ବ୍ରାଉନ୍ ସୁଗାର ସହିତ ଗୋଟିଏ ଚୋରା ବନ୍ଧୁକ ମଧ୍ୟ ଜବତ ହୋଇଛି ।