ସମୀକ୍ଷା ବ୍ୟୁରୋ
ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ବିଜେପିର ଦଳୀୟ ନେତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ରହିଥିବା ରାଉତ ଆଜି ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ବିଭିନ୍ନ ସମୟରେ ବିଜେପିର କାର୍ଯ୍ୟଧାରାକୁ ନେଇ ଦାମ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଜେପିରେ ତାଙ୍କୁ କୋଣ ଠେସା କରି ରଖାଯାଉଥିବା ନେଇ ସେ ସଦାସର୍ବଦା ଗଣମାଧ୍ୟମରେ ବିଜେପି ନେତାଙ୍କ ବିରୋଧରେ ମତ ଦେଉଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିଜେଡିରୁ ବହିଷ୍କୃତ ହେବା ପରେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ଶ୍ରୀ ରାଉତ।