ସମୀକ୍ଷା ବ୍ୟୁରୋ
ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ରାଜ୍ୟ ବିଜେପିରେ ସମସ୍ତେ ମିଳିତ ଭାବରେ ନିଷ୍ପତ୍ତି ନିଅନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଜେପିରେ ତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ଆଜି ଦଳରୁ ଇସ୍ତଫା ପ୍ରଦାନ କରିଥିଲେ। ରାଜ୍ୟ ବିଜେପିରେ ସମସ୍ତ କର୍ମୀ ଜଣେ ଜଣେ ନେତା, କାହାକୁ ଅଧିକ ବା କମ୍ ସମ୍ମାନ ନୁହେଁ ସମସ୍ତଙ୍କୁ ସମାନ ଭାବରେ ବିବେଚନା କରାଯାଏ ବୋଲି ମତ ରଖିଛନ୍ତି ବସନ୍ତ ପଣ୍ଡା।