ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ଏହାକୁ ନେଇ ଓଡ଼ିଶା ରାଜନୀତି ବେଶ୍ ସରଗରମ ହୋଇଯାଇଛି। ଦାମ ବିଜେପି ଛାଡ଼ିଲେ ଦଳ ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଦାମଙ୍କ ଇସ୍ତଫା ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ। ଅରୁଣ କହିଛନ୍ତି ଯେ ଦଳରେ କାହାକୁ ଅଣଦେଖା କରାଯାଇ ନାହିଁ। ସମସ୍ତ ବୈଠକରେ ତାଙ୍କୁ ଡକାଯାଇଛି। ଦାମଙ୍କର ରାଜନୀତି ଛାଡ଼ିବା ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି। ତାଙ୍କର ବୟସ ଅଧିକ ହୋଇଗଲାଣି। ସେ ରାଜନୀତି ଛାଡ଼ି ସମାଜ ସେବା କରିବାକୁ ଚାହୁଁଥିବାରୁ ସେଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ଏଥିସହିତ ସେ ଆଉ ପ୍ରତ୍ୟକ୍ଷ ରାଜନୀତି କିମ୍ବା ନିର୍ବାଚନ ଲଢିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଚଳିତ ଲୋକସଭା ନିର୍ବାଚନ ସମୟରେ ବିଜେପିରେ ସାମିଲ୍ ହୋଇଥିଲେ ବରିଷ୍ଠ ନେତା ଦାମ ରାଉତ। ଅପର ପକ୍ଷରେ ଦାମୋଦର ରାଉତଙ୍କ ପୁତ୍ର ତଥା ବିଧାୟକ ସମ୍ବିତ ରାଉତରାୟଙ୍କ କହିଛନ୍ତି ଯେ, ବିଜେଡ଼ି ନେତୃତ୍ବ ଚାହିଁଲେ ବାପା ପୁଣି ଥରେ ବିଜେଡ଼ିକୁ ଫେରିବେ ବୋଲି କହିଛନ୍ତି।