ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ବୁଧବାର ପୁଣି ଥରେ ଗିରଫ କରିଛି । ବୁଧବାର ସକାଳୁ ଇଡିର 3 ଜଣିଆ ଅଧିକାରୀ ତିହାର ଜେଲ ଯାଇ ଚିଦାମ୍ବରମଙ୍କୁ ମାମଲାର ଆର୍ଥିକ କାରବାର ଦିଗ ଉପରେ ପଚରାଉଚରା କରିଥିଲେ । ଇଡିର ଉପ ନିର୍ଦ୍ଦେଶକ ମହେଶ ଶର୍ମା ତାଙ୍କୁ ପଚରାଉଚରା କରିଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କ ଆଦେଶ ପାଇବା ପରେ ଚିଦାମ୍ବରମଙ୍କୁ ଇଡିକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି । ଚିଦାମ୍ବରମଙ୍କ ପଚରା ଉଚୁରା ସମୟରେ ପୁଅ କର୍ତ୍ତି ଏବଂ ପତ୍ନୀ ନଳିନୀ ମଧ୍ୟ ଉପସ୍ଥିତ ଥିଲେ ।