ପୁରୀ ସ୍ବର୍ଗଦ୍ୱାର ନିକଟରେ ଥିବା ସମୁଦ୍ରରେ ୩ଜଣ ପର୍ଯ୍ୟଟକ ଭାସି ଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ସହରର ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ୩ଜଣ ବଙ୍ଗୀୟ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ଜଗନ୍ନାଥ ମନ୍ଦିର ଦର୍ଶନ କରି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସେମାନେ ସମୁଦ୍ରର ଅଳ୍ପ ଭିତରକୁ ଚାଲି ଯାଇଥିଲେ । ଏହି ସମୟରେ ଏକ ବଡ ଲହଡି ଆସିଥିଲା । ଫଳରେ ସେମାନେ ଭାସି ଯାଇଥିଲେ । ନିକଟରେ ଥିବା ଲାଇଫ ଗାର୍ଡ ତିନିଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମସ୍ତଙ୍କୁ ଚିକିତ୍ସା ପାଇଁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।