ଅଯୋଧ୍ୟା ମାମଲାର ବିଚାର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖାଯାଇଛି। ଆସନ୍ତା ନଭେମ୍ବର ୧୭ ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ଅଯୋଧ୍ୟା ଜମି ବିବାଦକୁ ନେଇ ଚାଲିଥିବା ୪୦ ଦିନିଆ ବିଚାର ପ୍ରକ୍ରିୟାର ମଧ୍ୟ ଅନ୍ତ ଘଟିଛି। ଆସନ୍ତା ନଭେମ୍ବର ୧୭ ତାରିଖରେ ମୁଖ୍ୟ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଥିବାରୁ ଏହି ମାମଲାରେ ଅଧିକ ସମୟ ଅପଚୟ ନ କରିବାର ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ।