ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର ସ୍ଥିତ ଡିଏଭି ଚନ୍ଦ୍ରଶେଖରପୁରର ଛାତ୍ର ବୈଭବ ପରିଡା ଡ. ଏପିଜେ ଅବ୍ଦୁଲ୍ କାଲାମ ଇଗ୍ନାଇଟ୍ ୨୦୧୯ ପୁରସ୍କାର ହାସଲ ପାଇଁ ମନୋନୀତ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ୨୧ ଜଣ ଛାତ୍ରଙ୍କ ସହିତ ବୈଭବ ଏହି କୃତିତ୍ବ ହାସଲ କରିଛନ୍ତି। ଏହି ପୁରସ୍କାର ପାଇଁ ସର୍ବଭାରତୀୟ ସ୍ତରରେ ୬୦ ହଜାର ଜଣ ଆବେଦନ କରିଥିବା ବେଳେ ବୈଭଙ୍କ ‘ଦୃଷ୍ଟିଶକ୍ତି ହୀନ ବ୍ୟକ୍ତିଙ୍କ ପାଇଁ ସୁଲଭ ଶୌଚାଳୟ’ ପ୍ରକଳ୍ପ ପାଇଁ ସୌରଭଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ବିଜ୍ଞାନ ଏବଂ ବୈଷୟିକ କୌଶଳର ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।