ଆଗାମୀ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମପୂରଣ ପ୍ରକ୍ରିୟାର ଅବଧିରେ ବୃଦ୍ଧି କରାଯାଇଛି। ଅଣ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି। ଜରିମାନାରେ ଚାଲିଥିବା ଫର୍ମ ପୂରଣ ସମୟସୀମା ଅକ୍ଟୋବର ୧୮ ପରିବର୍ତ୍ତେ ୨୨ ରେ ଶେଷ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ ଶେଷ ହୋଇଛି। ପରବର୍ତ୍ତୀ ସମୟରେ ୫୦ ଟଙ୍କା ଜରିମାନାରେ ଫର୍ମ ପୂରଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।