ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୫ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତ୍ରିରେ ମଦିନାହ ଅଞ୍ଚଳର ଅଲ୍ ଅଖାଲ୍ରେ ଏହି ଦୁର୍ଘଟଣା ସଙ୍ଗଠିତ ହୋଇଥିଲା। ଯାତ୍ରିବାହୀ ବସ୍ ଏବଂ ଏକ ଭାରିଯାନ ମଧ୍ୟରେ ଧକ୍କା ହୋଇଥିବା ଜଣାପଡିଛି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ତୁରନ୍ତ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।