ବେଆଇନ ପାର୍କିଂର ହେବ ଯାଞ୍ଚ । ବେଆଇନ୍ ପାର୍କିଂକୁ ନେଇ ଗଠନ ହେବ ସ୍ବତନ୍ତ୍ର ସ୍କ୍ବାର୍ଡ । ଏହି ସ୍କ୍ବାର୍ଡ ଯାଞ୍ଚ କରିବ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ । ବେଆଇନ୍ ପାର୍କିଂ ଫି ଆଦାୟ କରିହେବ ନାହିଁ । ବେଆଇନ୍ ଫି ଆଦାୟ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଗତକାଲି ମଲ୍ଟିପ୍ଲେକ୍ସ, ବାଣିଜ୍ୟିକ ପ୍ରତିଷ୍ଠାନ, ଡାକ୍ତରଖାନା ଆଦି ଅଞ୍ଚଳରେ ପାର୍କିଂ ଫି ଆଦାୟ ହୋଇପାରିବନି ବୋଲି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ପକ୍ଷରୁ ନୋଟିସ୍ ଜାରି ନେଇ ସୂଚନା ଦିଆଯାଇଥିଲା ।