ଏଣିକି ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ସ୍ଥାପନ ହେବ ଗାନ୍ଧିଙ୍କ ପ୍ରତିମୂର୍ତ୍ତି। ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ପ୍ରଚାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଯଦି ପୂର୍ବରୁ ଗାନ୍ଧୀ ମୂର୍ତ୍ତି ରହିଛି ତେବେ ସେହି ସ୍ଥାନକୁ ପରିଷ୍କାର ତଥା ସୌନ୍ଦର୍ଯ୍ୟକରଣ କରାଯିବ। ଏତଦ୍ ବ୍ୟତୀତ କଟକକୁ ୧୯୨୧ ମାର୍ଚ୍ଚ ୩୨ରେ ଗାନ୍ଧି ଆସିଥିବା ସ୍ଥାନକୁ ସ୍ମାରକୀ କରାଯିବ। ସ୍କୁଲ ଓ କଲେଜରେ ଗାନ୍ଧୀଙ୍କ ସଦୃଶ୍ୟ ଚିତ୍ର ବଣ୍ଟନ କରାଯିବ। ଗାନ୍ଧୀଙ୍କ ଅମର ବାଣୀ ଥିବା ପୁସ୍ତକ ପ୍ରସ୍ତୁତ ସହ ପିଲାଙ୍କ ମଧ୍ୟରେ ବକ୍ତୃତା କାର୍ଯ୍ୟକ୍ରମ ହେବ ବୋଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।