ସରକାରୀ କର୍ମଚାରୀଙ୍କ ପରି ଏବେ ଘରୋଇ ସ୍କୁଲର ଶିକ୍ଷୟିତ୍ରୀମାନେ ପାଇପାରିବେ ମାତୃତ୍ବ ଅବକାଶ ଛୁଟି । କେରଳ ପ୍ରଥମ ରାଜ୍ୟ ଭାବେ ନିଜ ରାଜ୍ୟରେ ଏହି ନିୟମ ଲାଗୁ କରୁଛି । କେରଳ ଘରୋଇ ଶିକ୍ଷା ଅନୁଷ୍ଠାନର କର୍ମଚାରୀ ଏବଂ ଶିକ୍ଷୟିତ୍ରୀଙ୍କୁ ମାତୃତ୍ବ ଲାଭ ଅଧିନିୟମ ଅନୁସାରେ ଛୁଟି ପ୍ରଦାନ କରାଯିବ । ଏହି ଆଇନ ଲାଗୁ ହେବା ପରେ କେରଳ ଦେଶର ପ୍ରଥମ ରାଜ୍ୟ ହେବେ ଯେଉଁଠାରେ ଘରୋଇ ଶିକ୍ଷାନୁଷ୍ଠାନରେ ମାତୃତ୍ବ ଅବକାଶ (maternity leave) ପ୍ରଦାନ କରାଯିବ । କେରଳ ସରକାରଙ୍କ ମନ୍ତ୍ରିମଣ୍ଡଳ ଅଗଷ୍ଟ ୨୯ ତାରିଖରେ ବୈଠକରେ ଘରୋଇ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ଏହି ଲାଭ ଦେବାର ବିଜ୍ଞପ୍ତି ଜାରି କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନେବା ପାଇଁ ନିଷ୍ପତ୍ତି ନେଇଥିଲା ।ଏହି ଅଧିନିୟମ ଅନୁସାରେ ରାଜ୍ୟରେ ଘରୋଇ ଶିକ୍ଷା କ୍ଷେତ୍ରରେ କର୍ମଚାରୀ ସରକାରୀ କର୍ମଚାରୀଙ୍କ ପରି ଦରମା ସହ ୨୬ସପ୍ତାହର ମାତୃତ୍ବ ଅବକାଶର ଲାଭ ପାଇ ପାରିବେ ।