ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବଡ଼ବଦା ଗାଁ ନିକଟରେ ଥିବା ଘାଟିରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ 15 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆଜି ଭୋର୍ରେ ଏହି ଦୁର୍ଘଟଣା ଘଟିଛି । ‘ଇସ୍ପାତ’ ନାମକ ଏକ ବସ୍ କଟକରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ବଡ଼ପଦା ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ବାମପଟକୁ ଓଲଟି ପଡ଼ିଥିଲା ।