ଭାରତୀୟ ଜନତା ପାର୍ଟି ନେତ୍ରୀ ଜୟା ପ୍ରଦା ଆଜମ୍ ଖାନ୍ଙ୍କୁ ସମାଲୋଚନା କରିଛନ୍ତି । ମହିଳାଙ୍କୁ ଅସମ୍ମାନ କରୁଥିବାରୁ ବର୍ତ୍ତମାନ ଅସୁବିଧାରେ ପଡୁଥିବା ନେଇ ଜୟା ମତ ଦେଇଛନ୍ତି । ଅତୀତରେ ଆଜମ କେବେବି ମହିଳାଙ୍କୁ ସମ୍ମାନ ପ୍ରଦାନ କରି ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ବେଆଇନ ଜମି ଅଧିଗ୍ରହଣକୁ ନେଇ ଆଜମ୍ ଖାନ୍ଙ୍କ ବିରୋଧରେ 51ଟି ମାମଲା ରୁଜୁ କରାଯାଇଛି । ଏହାକୁ ନେଇ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ସମ୍ମୁଖରେ ଗୁରୁବାର ରାମପୁର ସାଂସଦ ଆଜମ୍ ଖାନ୍ କାନ୍ଦି ପକାଇଥିଲେ । ଆଜମ୍ ଖାନ୍ ଅଭିନୟ କରୁଛନ୍ତି ବୋଲି ମତ ଦେଇଛନ୍ତି ଜୟା । ଉଲ୍ଲେଖଯୋଗ୍ୟ ଯେ, 2019 ଲୋକସଭା ନିର୍ବାଚନ ପୂର୍ବରୁ ଆଜମ୍ ଜୟାଙ୍କୁ ନାଚବାଲି ବୋଲି ସମ୍ବୋଧନ କରିଥିଲେ ।