ଶନିବାର ପରବର୍ତ୍ତୀ ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ପ୍ରସ୍ତାବ କରିଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନାମକୁ ପ୍ରସ୍ତାବ କରି ମୁଖ୍ୟ ବିଚାରପତି ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ମୁଖ୍ୟ ବିଚାରପତି ରହିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର 17 ତାରିଖରେ ଅବସର ଗ୍ରହଣ କରୁଛନ୍ତି । ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଗୋଗୋଇଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ ବର୍ତ୍ତମାନର ବରିଷ୍ଠ ବିଚାରପତି ଏସ୍ ଏ ବୋବଡେଙ୍କ ନାମ ପ୍ରସ୍ତାବ କରାଯାଇଛି । ଯଦି ବୋବ୍ଡେ ମୁଖ୍ୟ ବିଚାରପତି ହୁଅନ୍ତି ତେବେ ସେ ଏପ୍ରିଲ୍ 2021 ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାନ କରିବେ ।