ତିନି ପୋଲିସ୍ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅବସର ଦିଆଯାଇଥିବା ଅଫିସରମାନେ ହେଲେ ସବ୍ ଇନ୍ସପେକ୍ଟର ବନମାଳୀ ନାୟକ, ଏଏସ୍ଆଇ ବୀରବର ଲେଙ୍କା ଓ କିଶୋର ବାଗ୍ । କ୍ଷମତା ଦୁରୁପଯୋଗ ନେଇ ସେମାନଙ୍କ ବିରୁଦ୍ଧରେ ଏସ୍ପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ନେଇ ଓଡ଼ିଶା ଡିଜିପିଙ୍କ ପକ୍ଷରୁ ଟୁଇଟ୍ କରାଯାଇଛି । ଏହି ସମସ୍ତ ଅଫିସରଙ୍କ ବିରୁଦ୍ଧରେ ଓଡ଼ିଶା ସର୍ଭିସ୍ କୋଡ୍, ରୁଲ୍-୭୧ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।