ଉତ୍ତର ପ୍ରଦେଶର ବାହୁବଳୀ ବିଧାୟକ ତଥା ଗ୍ୟାଙ୍ଗଷ୍ଟାର ମୁଖତାର ଅନ୍ସାରୀଙ୍କ ଦିଲ୍ଲୀସ୍ଥିତ ବାସଭବନରୁ ପୋଲିସ୍ ୬ଟି ବନ୍ଧୁକ ଏବଂ ୪୪୩୧ ରାଉଣ୍ଡର ଗୁଳି ଜବତ କରିଛି। ଏହା ସହିତ ପୋଲିସ୍ ଅନ୍ସାରୀଙ୍କ ପୁଅ ଆବ୍ବାସ ଅନ୍ସାରୀଙ୍କୁ ଗିରଫ କରିଛି। ଜବତ ବନ୍ଧୁକ ମଧ୍ୟରୁ ମାତ୍ର ଗୋଟିଏ ବନ୍ଧୁକର ଲାଇସେନ୍ସ ରହିଥିବା ବେଳେ ଅନ୍ୟ କୌଣସି ବନ୍ଧୁକର ଲାଇସେନ୍ସ ନାହିଁ। ଅନ୍ସାରୀଙ୍କ ବସନ୍ତ କୁଞ୍ଜ ସ୍ଥିତ ଫାର୍ମ ହାଉସ୍ରେ ଲକ୍ଷ୍ନୌ ପୋଲିସ୍ ପକ୍ଷରୁ ଗୁରୁବାର ରାତିରେ ଚଢାଉ କରାଯିବା ସହିତ ଆବ୍ବାସଙ୍କୁ ଗିରଫ କରାଯାଇଛି। ଜବତ କରାଯାଇଥିବା ସମସ୍ତ ବନ୍ଧୁକ ଗୁଡିକ ଇଟାଲୀ ଏବଂ ସ୍ଲୋଭେନିଆରେ ନିର୍ମିତ ବୋଲି ପୋଲିସ୍ ପକ୍ଷରୁ ପ୍ରକାଶ କରାଯାଇଛି।