୨୦୨୦ ଅକ୍ଟୋବର ୨ ତାରିଖ ସୁଦ୍ଧା ଗ୍ରାମାଞ୍ଚଳରୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ପୁରା ବ୍ୟାନ୍ ହେବ। ଏନେଇ ଶୁକ୍ରବାର ପରିବେଶ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏକ ବୈଠକରେ ଏହି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ସବୁ ପୌରାଞ୍ଚଳରେ ନିଷେଧ ହୋଇଛି ପ୍ଲାଷ୍ଟିକ୍ । ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ଲାଷ୍ଟିକ୍ର ଡିସ୍ପୋଜ କରିବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ସବୁ ଜିଲ୍ଲାରେ ପ୍ଲାଷ୍ଟିକ୍ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ହେବ । ସ୍ବୟଂସହାୟକ ଗୋଷ୍ଠୀ କାଗଜ ବ୍ୟାଗ୍ ତିଆରି କରିବେ ବୋଲି ସୂଚନା ଦେଇଛନ୍ତି ।