ଆତଙ୍କୀଙ୍କୁ ଅର୍ଥ ଯୋଗାଣ ଏବଂ ସହାୟତା କରୁଥିବା କାରଣରୁ ପାକିସ୍ତାନକୁ ଏଫ୍ଟିଏଫ୍ ପକ୍ଷରୁ ଚେତାବନୀ ପ୍ରଦାନ କରାଯାଇଛି । ଆସନ୍ତା ଫେବୃୟାରୀ 2020 ସୁଦ୍ଧା ଆତଙ୍କୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରାନଗଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରାଯିବା ନେଇ ଚେତାବନୀ ଦିଆଯାଇଛି । ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରହିଥିବା 40 ମାନଦଣ୍ଡ ମଧ୍ୟରୁ ପାକିସ୍ତାନ 4ଟି ମାନଦଣ୍ଡକୁ ଆଦୌ ପାଳନ କରୁନାହିଁ ବୋଲି 228 ପୃଷ୍ଠା ରିପୋର୍ଟରେ ପ୍ରକାଶ କରିଛି ଏଫ୍ଟିଏଫ୍ । ଅଗଷ୍ଟ ମାସରେ ପ୍ରକାଶିତ ରିପୋର୍ଟରେ ପାକିସ୍ତାନ 40ରୁ 32ଟି ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିଲା । ଏହି ଧାରା ଜାରି ରହିଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବା ନେଇ ଏଫଟିଏଫ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।