ଲଗାଣ ବର୍ଷା ପାଇଁ ସ୍କୁଲ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ଭଦ୍ରକ ଜିଲ୍ଲା ରେ ସବୁ ସ୍କୁଲ ଓ ଅଙ୍ଗନବାଡି ସବୁ କୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣ ରୁ ଏହାର ପ୍ରଭାବରେ ଗତ କାଲିଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ଦୁଇ ଦିନ ଯାଏଁ ସାରା ରାଜ୍ୟ ପୁଣି ବର୍ଷାରେ ଭିଜିବ । ଏହି ଲଘୁଚାପ ଫଳରେ ଅକ୍ଟୋବର ୨୩ରୁ ୨୫ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।