ଆଜି ରାଜ୍ୟର ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି । ୧୨ଟିି ରାଉଣ୍ଡ ଶେଷ ସୁଦ୍ଧା ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ୮,୮୯୩ ଖଣ୍ଡ ଭୋଟ ପାଇ ଆଗୁଆ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଇଥିବା ଭୋଟରେ ସେ ଗତ ଥର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ବିଜେପୁରରୁ ପାଇଥିବା ଭୋଟ ଠାରୁ ଟପି ଯାଇଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସନତ ଗଡତିଆଙ୍କଠାରୁ ୫୭ହଜାର ୧୨୨ ଭୋଟ ବ୍ୟବଧାନରେ ଜିତିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ୧ଲକ୍ଷ ୧୦ହଜାର ୩୦୮ ମିଳିଥିବା ବେଳେ ସନତଙ୍କୁ ୫୩ହଜାର ୪୮୨ ଖଣ୍ଡ ଭୋଟ ମିଳିଥିଲା । ବିଜେଡି ପ୍ରାଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଠାରୁ ପ୍ରାୟ ୫୯,୬୬୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୩,୨୨୭ ଭୋଟ ପାଇଥିବା ବେଳେ କଂଗ୍ରେସର ଦିଲ୍ଲୀପ ପଣ୍ଡା ୩୪୨୨ ଟି ଭୋଟ ପାଇଛନ୍ତି । ବତ୍ତର୍ମାନ ମଧ୍ୟ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ୧୨ଟି ରାଉଣ୍ଡ ସୁଦ୍ଧା ଭୋଟ ଗଣତିକୁ ଦେଖିବାକୁ ଗଲେ ରୀତା ସାହୁ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗୁଆ ରହିଛନ୍ତି ।