କରତାରପୁର କରିଡରର ସଂଚାଳନ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୁରୁବାର ଦିନ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ଦୁଇ ଦେଶର ଅଧିକାରୀ ଜିରୋ ପଏଣ୍ଟରେ ପହଞ୍ଚି ଏହି ରାଜିନାମା ଉପରେ ହସ୍ତାକ୍ଷର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନଭେମ୍ୱର ୯ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନା ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କରିଡରର ଉଦଘାଟନ କରିବେ । ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ବୁଧବାର ଦିନ ରାଜିନାମା ନେଇ ଘୋଷଣା ହେବାର ଥିଲା, କିନ୍ତୁ ତାରିଖ ଉପରେ ସହମତି ହୋଇ ପାରି ନଥିଲା। ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ପାକିସ୍ତାନ ପ୍ରବେଶ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଭାରତ ସରକାର ବିରୋଧ କରିଥିଲେ। ତଥାପି ପାକିସ୍ତାନ ସରକାର ନିଜ ଜିଦ୍ରେ ଅଟଳ ରହିବାରୁ ଭାରତ ସରକାର ଶିଖ ଶ୍ରଦ୍ଧାଳୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି। ପାକିସ୍ତାନର ପକ୍ଷରୁ ଶ୍ରଦ୍ଧାଳୁଙ୍କଠାରୁ ୨୦ଡଲାର ପ୍ରବେଶ ଶୁଳ୍କ ଆଦାୟ କରିବ।