ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ିଥିଲେ। ଆଦିତ୍ୟ ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲେ। ଆଜି ଭୋଟ ଗଣତି ଆରମ୍ଭ ହେବାଠାରୁ ହିଁ ଆଦିତ୍ୟ ଆଗରେ ରହିଥିଲେ। ଆଦିତ୍ୟ ଏହି ଆସନରୁ ନିକଟତମ ପ୍ରତିଦ୍ବନ୍ଦବୀ ସୁରେଶ ମାନେଙ୍କୁ ହରାଇଛନ୍ତି । ପାଖାପାଖି ୭୦ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ଆଦିତ୍ୟ। ଓ୍ବର୍ଲି ଆସନଟି ଶିବସେନାର ଗଡ଼ ଭାବେ ପରିଚିତ। ଏଠାରେ ୨୦୧୪ରେ ଶିବସେନା ୬୦ ହଜାର ଭୋଟରେ ବିଜୟ ଲାଭ କରିଥିଲା।