ଗୁଜରାଟ ପାଟନ ଜିଲ୍ଲାର ରାଧନପୁର ଆସନରୁ ଓବିସି ନେତା ତଥା ବିଜେପିର ପ୍ରାର୍ଥୀ ଅଳ୍ପେଶ ଠାକୁର ଉପନିର୍ବାଚନରେ ପରାଜୟର ସାମ୍ନା କରିଛନ୍ତି । କଂଗ୍ରେସର ରଘୁ ଦେଶାଇ ଅଳ୍ପେଶ ଠାକୁରଙ୍କୁ ପରାସ୍ତ କରିଛନ୍ତି । ସେହିପରି ଅଳ୍ପେଶଙ୍କ ସହ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଧବଳ ସିଂହ ଜାଲା ମଧ୍ୟ ଓ୍ବୟାଡ ଆସନରୁ ପରାସ୍ତ ହୋଇଛନ୍ତି । କଂଗ୍ରେସର ଜାଶୁଭାଇ ଶିବଭାଇ ପଟେଲ ଜାଲାଙ୍କୁ ୭୪୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।