ସମୀକ୍ଷା ବ୍ୟୁରୋ
ଆଜି ବାଣପୁର ନେହେରୁ ସେବା ସଂଘ ଅନାଥ ଆଶ୍ରମ ପରିଦର୍ଶନ କରିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା। ସବୁ ମନ୍ତ୍ରୀଙ୍କୁ ପ୍ରତ୍ୟେକ ଜିଲ୍ଲା ସ୍କୁଲ ଓ ଅନାଥାଶ୍ରମର ସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି । ଅଚାନକ ଏପରି ଗସ୍ତ କରି ଉକ୍ତ ଅନୁଷ୍ଠାନର ଆବଶ୍ୟକତା ଓ ପରିଚାଳନା ତ୍ରୁଟି ସମ୍ପର୍କରେ ସବିଶେଷ ତଥ୍ୟ ଜାଣିହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କ୍ରମରେ ଆଜି ସଂସ୍କୃତି ମନ୍ତ୍ରୀ ବାଣପୁର ନେହେରୁ ସେବା ସଂଘ ପରିଦର୍ଶନ କରିବା ସହିତ ମଧ୍ୟାହ୍ନ ଭୋଜନ ଖାଇବା ସହିତ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ।
ଏହି ଅବସରରେ ଅନାଥ ଆଶ୍ରମର ପିଲାମାନଙ୍କ ସହିତ ଭୋଜନ ମଧ୍ୟ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ସହିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ମାନସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ । ବାଣପୁରସ୍ଥିତ ଏହି ନେହେରୁ ସେବା ସଂଘଟି ୧୯୪୬ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ଅନାଥାଶ୍ରମରେ ମୂକ, ବଧିର, ଅନ୍ଧ ତଥା ଭିନ୍ନକ୍ଷମ ପାଠ ପଢିଥା’ନ୍ତି । ଏହି ଆଶ୍ରମରେ ୧୦୧ ଏସ୍ସି, ୧୫୦ ଜଣ ଏସ୍ଟି, ୩୪ ଜଣ ଅନ୍ଧ ଓ ୫୬ ବଧିର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ୫୦ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି ।