ସମୀକ୍ଷା ବ୍ୟୁରୋ
ରାଜଧାନୀରେ ପ୍ରବଳ ବର୍ଷା ସତ୍ବେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ହଲରେ ଏହି ନିଆଁ ଲାଗିଛି। ଆଜି ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବୈଠକ ବସିଥିଲା। ବୈଠକ ପରେ ପରେ ସେହି ହଲରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଲିଲା। ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ନିଆଁ ଲିଭାଇବା ପାଇଁ ଚେଷ୍ଠା କରିଥିଲେ। ହେଲେ ନିଆଁର ମାତ୍ର ଏତେ ବଢିଗଲା ଯେ ତାହା ଅଣଆୟତ୍ତ ହୋଇପଡିଲା। ଏଥି ମଧ୍ୟରେ ଦମକଳ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ତାହା ଅସମ୍ଭବ ହୋଇପଡିଲା। ଫଳରେ ଆଉ ଏକ ଦମକଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଛି। ତେବେ ନିଆଁ କିପରି ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଏଥିସହିତ କେତେ କ୍ଷୟକ୍ଷତି ହେବ ତାହା ମଧ୍ୟ ଜଣାପଡି ନାହିଁ। ହେଲେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରା ଯାଇ ନ ଥିବା ଜଣାପଡିଛି।