ସମୀକ୍ଷା ବ୍ୟୁରୋ
• ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଋଣ ଚୁକ୍ତି
• ୧୫ଟି ଜିଲ୍ଲାର୧ ଲକ୍ଷ ୨୫ ହଜାର କ୍ଷୁଦ୍ର ଚାଷୀ ହେବେ ଲାଭାନ୍ୱିତ
• ୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ କାର୍ଯ୍ୟକାରୀ ହେବ ପ୍ରକଳ୍ପ
ଆଜି ଭାରତ ସରକାର, ଓଡ଼ିଶା ସରକାରଏବଂ ବିଶ୍ୱବ୍ୟାଙ୍କ ମଧ୍ୟରେ ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଏକ ଋଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଅଧିକ ମରୁଡ଼ି ପ୍ରବଣ ତଥା ବର୍ଷା ଜଳ ଉପରେ ନିର୍ଭରଶୀଳ ଗ୍ରାମାଂଚଳରେ ‘ଜଳବାୟୁ ଅନୁକୂଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ’କାର୍ଯ୍ୟକାରୀ କରାଯିବ।ଏହାଦ୍ୱାରା ରାଜ୍ୟର ୧୫ଟି ଜିଲ୍ଲାର ପାଖାପାଖି ୧ ଲକ୍ଷ ୨୫ ହଜାର କ୍ଷୁଦ୍ର ଚାଷୀ ପରିବାର ଲାଭାନ୍ୱିତ ହୋଇ ପାରିବେ ଏବଂ ୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ କୃଷି କାର୍ଯ୍ୟ ହୋଇପାରିବ।ଏହି ପ୍ରକଳ୍ପ ଜରିଆରେ କ୍ଷୁଦ୍ର ଚାଷୀଙ୍କୁ ପାଣିପାଗକୁ ପ୍ରଭାବରୁ ସୁରକ୍ଷିତ ରହୁଥିବା କିସମର ବିହନ ଏବଂ ଉତ୍ପାଦନ ପ୍ରଯୁକ୍ତି ସମେତ ଉତ୍ତମ ଜଳ ପରିଚାଳନା ଏବଂ ଜଳସେଚନ ସେବା ଯୋଗାଇ ଦିଆଯିବ। ଉତ୍ପାଦନର ବିପଣନ ପାଇଁ ଅଧିକ ବିବିଧ ତଥା ଉନ୍ନତ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ। ଫଳରେ ସେମାନେ ନିଜ ଫସଲକୁ ସୁରକ୍ଷିତ ରଖିବା ସହିତ ନିଜର ଆୟ ବୃଦ୍ଧି କରିପାରିବେ। ଏହି ଅବସରରେ ଅର୍ଥମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ସମୀର କୁମାର ଖାରେ କହିଥିଲେ ଯେ ଭାରତ ସରକାର ଜଳବାୟୁ ପରିବର୍ତନ ଉପରେ ଆଧାରିତ ଜାତୀୟ କାର୍ଯ୍ୟ ଯୋଜନା ଅନ୍ତର୍ଗତ ବିଭିନ୍ନ ଅଭିଯାନକୁ କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ଜଳବାୟୁ ଅନୁକୂଳଚାଷ ପ୍ରଣାଳୀ ଏବଂ ପ୍ରଯୁକ୍ତିକୁ ବ୍ୟାପକ ଭାବେ ଲାଗୁ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି।