Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଜ ପୁଅକୁ ଥାନା ଭିତରେ ଗୁଳି କରି ହତ୍ୟା କଲେ ହେଡ କନେଷ୍ଠବଳ
ଆଜିର ଖବର

ନିଜ ପୁଅକୁ ଥାନା ଭିତରେ ଗୁଳି କରି ହତ୍ୟା କଲେ ହେଡ କନେଷ୍ଠବଳ

October 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
rti employee shot dead
rti employee shot dead

ଗୋରଖପୁରରେ ଥିବା ଚଉରୀଚଉରା ଥାନାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେହି ଥାନାର ହେଡ କନେଷ୍ଠବଳ ତାଙ୍କ ନିଜ ପୁଅକୁ ଗୁଳି କରି ହତ୍ୟା କରିଛନ୍ତି। ଏହାକୁ ନେଇ ସେହି ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାରୁ ପ୍ରକାଶ ଯେ, ଚଉରୀଚଉରା ଥାନାକୁ ଅଳ୍ପଦିନ ତଳେ ହେଡ କନେଷ୍ଠବଳ ଭାବେ ଅରବିନ୍ଦ ଯାଦବ ଯୋଗ ଦେଇଥିଲେ। ତାଙ୍କୁ ଦେଖା କରିବା ପାଇଁ ତାଙ୍କର ପ୍ରଥମ ସ୍ତ୍ରୀଙ୍କ ପୁତ୍ର 18 ବର୍ଷ ବୟସ୍କ ବିକାଶ ଯାଦବ ଥାନାକୁ ଆସିଥିଲେ। ଥାନା ଭିତରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା। କଥା ବହୁ ଉଚ୍ଚକୁ ଚାଲିଯିବାରୁ ହେଡ କନେଷ୍ଠବଳ ଯାଦବ ନିଜକୁ ସମ୍ଭାଳି ପାରି ନ ଥିଲେ। ଫଳରେ ତାଙ୍କ ସର୍ଭିସ ପିସ୍ତଲରୁ ଥାନା ଭିତରେ ପୁଅକୁ ଗୁଳି କରି ହତ୍ୟା କରିଥିଲେ। ସେ ସେଠାରୁ ଖସି ପଳାଇବାକୁ ଚେଷ୍ଠା କରୁଥିବା ବେଳେ ସାଥୀ ପୋଲିସ ତାଙ୍କୁ କାବୁ କରିଥିଲେ। ଘଟଣା ସଂପର୍କରେ ଖବର ପାଇବା ପରେ ଗୋରଖପୁର ଡିଏସପି ସୁମିତ ଶୁକ୍ଲା ଥାନାକୁ ଯାଇ ଘଟଣା ସଂପର୍କରେ ଅନୁଧ୍ୟାନ କରିଥିଲେ। ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ଅରବିନ୍ଦ ଯାଦବଙ୍କ ପାରିବାରିକ ବିଶୃଙ୍ଖଳା ଥିବାରୁ ଏପରି ଅଭାବନୀୟ ଘଟଣା ଘଟିଗଲା। ହେଡ କନେଷ୍ଠବଳ ଅରବିନ୍ଦଙ୍କୁ ଗୋରଖପୁର ପୋଲିସ ଗିରଫ କରି ଜେଲ ପଠାଇ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ବାଂଲାଦେଶ ସୁପର-୪ ଲଢେଇ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

September 24, 2025

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

September 24, 2025

ଟ୍ରମ୍ପଙ୍କୁ ଝଟକା!: ଆମେରିକାର ଅଣଦେଖା ପରେ ଭାରତୀୟଙ୍କ ପ୍ରେମରେ ଜର୍ମାନୀ, ଦେଲା ଚାକିରି ପ୍ରତିଶୃତି

September 24, 2025

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025
Latest News

ଆଜି ଭାରତ-ବାଂଲାଦେଶ ସୁପର-୪ ଲଢେଇ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

September 24, 2025

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

September 24, 2025

ଏହି ଦିନ ଜମ୍ମୁ କାଶ୍ମୀର ଏବଂ ପଞ୍ଜାବରେ ରାଜ୍ୟସଭା ନିର୍ବାଚନ: ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

September 24, 2025

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପୋଲିସ ସହ ସଂଘର୍ଷ, CRPF ଗାଡି ପୋଡ଼ିଲେ GEN-Z ଛାତ୍ର

September 24, 2025

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର: ଆଗୁଆ ଦରମା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.