ମାଓ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳରେ ପୋଲିସର ଦମନ ଲୀଳା ଓ ଗ୍ରୀନହଣ୍ଟ ଅପରେସନ୍କୁ ବିରୋଧ କରି ଲାଲବାହିନୀ ପକ୍ଷରୁ 24 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରାଯାଇଛି । ଏହା ଦ୍ବାରା ଏହି ଅଞ୍ଚଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରାଯିବା ସହିତ ମାଓ ପୋଷ୍ଟର ଜାରି କରାଯାଇଛି । କନ୍ଧମାଳ ବାଲିଗୁଡ଼ାର ସିର୍ତିଗୁଡ଼ାଠାରେ ଗଛ ପକାଇ 59 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ଦାରିଙ୍ଗବାଡ଼ି ଓ ବାଲିଗୁଡ଼ା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ଅଧିକାରୀଙ୍କୁ ମୁତୟନ କରାଯାଇଛି ।