ବିଶ୍ବର ଏକ ନମ୍ବର ଧନୀ ତାଲିକାରୁ ବାଦ ପଡିଛନ୍ତି ଆମାଜନ୍ର ପ୍ରତିଷ୍ଠାତା ଜେଫ୍ ବେଜୋସ୍ । ଆମେରିକୀୟ ବଜାରରେ ଟ୍ରେଟିଙ୍ଗରେ 9 ପ୍ରତିଶତ ଅଂଶଧନ ହରାଇବା ପରେ ବେଜୋସ୍ଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ 103.9 ବିଲିୟନ୍ ଡଲାରକୁ ହ୍ରାସ ପାଇଥିଲା । ଏହା ସହିତ ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗେଟ୍ସଙ୍କ ସମୁଦାୟ ସମ୍ପତ୍ତିର ପରିମାଣ 105.7 ବିଲିୟନ୍ ଡଲାର ରହିଛି । ଉଲ୍ଲେଖଯୋଗ୍ୟ ଯେ, 2018ରେ 160 ବିଲିୟନ୍ ଡଲାରର ବାର୍ଷିକ ଆୟ ସହିତ ପ୍ରଥମ ଥର ପାଇଁ ଗେଟ୍ସଙ୍କୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିଲେ । ଦୀର୍ଘ 24 ବର୍ଷ ପରେ ଧନୀ ତାଲିକାରେ ପ୍ରଥମ ସ୍ଥାନରୁ ବାହାରିଥିବା ଗେଟ୍ସ ଶୁକ୍ରବାର ପୁନର୍ବାର ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ମାଇକ୍ରୋସଫ୍ଟ 16 ବିଲିୟନ୍ ଡଲାର ହାସଲ କରିଥିବା ବେଳେ ନିଜର ଛାଡପତ୍ର କାରଣରୁ ବେଜୋସ୍ 38 ବିଲିୟନ୍ ଡଲାର ହରାଇଥିଲେ ।